ବିଜୁ କୃଷକ ବିକାଶ ଯୋଜନା
ସମୂହ (cluster) ଗଭୀର ନଳକୂପ ଯୋଜନା

ଏହି ଯୋଜନାଟି ରାଜ୍ୟ ସରକାର ୨୦୧୦ -୧୧ ଆର୍ଥିକ ବର୍ଷ ଠାରୁ ଆରମ୍ଭ କରିଥିଲେ । ପ୍ରଥମେ ଏହା ରାଜ୍ୟର ନିମ୍ନରେ ଦର୍ଶ।ଯାଇଥିବା ୧୭ଟି ଜିଲ୍ଲାରେ କାର୍ଯ୍ୟକାରୀ କରଯାଇଥିଲା (ସମ୍ବଲପୁର, ବରଗଡ, କେଉଁଝର, କୋରାପୁର, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ନୂଆପଡା, ବଲାଙ୍ଗୀରି, ସୁବର୍ଣ୍ଣପୁର, ବାଲେଶ୍ଵର(ଆଂଶିକ), ଖୋର୍ଦ୍ଦା, ନୟାଗଡ, ମୟୂରଭଞ୍ଜ,ଯାଜପୁର(ଆଂଶିକ), ଦେବଗଡ ଓ ଏହା ପରେପରେ ନିମ୍ନଲିଖିତ ୯ଟି ଜିଲ୍ଲାରେ ମଧ୍ୟ କାର୍ଯ୍ୟକାରୀ କରାଗଲା ଓ ବର୍ତ୍ତମାନ ଏହା ମୋଟରେ ୨୬ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଊଛି ।
(୧) ଗଞ୍ଜାମ (୨) ବୌଦ୍ଧ (୩) ଢେଙ୍କାନାଳ (୪) ଅନୁଗୁଳ (୫) ସୁନ୍ଦରଗଡ (୬) କନ୍ଧମାଳ (୭)କଟକ (ଆଂଶିକ) (୮) ଗଜପତି (୯) ଝାରସୁଗୁଡା ।
ଏହିଯୋଜନାଟି କୃଷି ବିଭାଗର ବଜେଟ ଦ୍ଵାରା ପରିଚାଳିତ (Budget of DoA) ଓ ନିଗମ କୃଷି ବିଭାଗରୁ ଏଥିପାଇଁ ଆବଶ୍ୟକ ପାଣ୍ଠି ପାଇଥାଏ । ଏହି ଯୋଜନାର ମୂଳ ଲକ୍ଷ୍ୟ ହେଲା ରାଜ୍ୟର ପାହାଡିଆ, ପଥୁରିଆ ଅଞ୍ଚଳରେ ଭରପୂର ଥିବା ଭୂତଳ ଜଳକୁ ବିନିଯୋଗ କରି କୃଷିର ଅଭିବୃଦ୍ଧି କରିବା ଓ ଅତି କମରେ ରାଜ୍ୟର ସମସ୍ତ ବ୍ଲକରେ ଅନ୍ୟୁନ୍ୟ ଶତକଡା ୩୫ ଭାଗ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବା । ପ୍ରତ୍ୟେକ ଗଭୀର ନଳକୂପର ଜଳ ଯୋଗାଇବା କ୍ଷମତା ରବି ଋତୁରେ ୨ ହେକ୍ଟର ଓ ଖରିଫ ଋତୁରେ ୫ ହେକ୍ଟର (Protective Irrigation) ହୋଇଥାଏ । ଏହି ଯୋଜନାଟି ପୁଞ୍ଜ (cluster) ଭାବେ ଅନୁନ୍ୟ ୪ଟି ଗଭୀର ନଳକୂପକୁ ନେଇ ନିର୍ମାଣ କରାଯାଏ ଯଦ୍ୱାରା ଏହାର ବିଦ୍ୟୁତ କରଣ କାର୍ଯ୍ୟ ସହଜ ହୋଇଥାଏ ଓ ଅଧିକ ମହଙ୍ଗା ହୋଇନଥାଏ (ପ୍ରତ୍ୟେକ ପ୍ରକଳ୍ପର ବିଦ୍ୟୁତ କରଣ କାର୍ଯ୍ୟରେ ୧.୨୫ ରୁ ୧.୫ ଲକ୍ଷ୍ୟ ଟଙ୍କା ଖର୍ଚ୍ଛ କରାଯାଇଥାଏ) । ଯେଉଁ ହିତାଧିକାରୀଙ୍କ ଜମିରେ ଗଭୀର ନଳକୂପ ସ୍ଥାପନ କରାଯାଏ , ତାଙ୍କର ଅନୁନ୍ୟ ୧ ଏକର ଅଣଜଳସେଚିତ ଚାଷଜମି ଥିବା ଆବଶ୍ୟକ ହୋଇଥାଏ ।
୨୦୧୪-୧୫ ଆର୍ଥିକ ବର୍ଷ ଠାରୁ ଗୋଟିଏ ଗଭୀର ନଳକୂପର ସମସ୍ତ ନିର୍ମାଣ ଖର୍ଚ୍ଛକୁ ମିଶି ୩ଲକ୍ଷ୍ୟ ୬୪ ହଜାର ଟଙ୍କା ଆକଳନ କରାଯାଇଛି ଓ ଏହା କାର୍ଯ୍ୟକାରୀ କରାଯାଇଛି । ପ୍ରତ୍ୟେକ ନଳକୂପ ପାଇଁ ସାଧାରଣ ବର୍ଗ ହିତାଧିକାରୀଙ୍କୁ ମାତ୍ର ଟ.୨୦,୦୦୦/- (୧୦୦୦ ଟଙ୍କା ଦରଖାସ୍ତ ଫି non- refundable+ Rs.୧୯,୦୦୦/- Final contribution) ଏହି ବାବଦରେ ଦେବାକୁ ପଡିଥାଏ । କିନ୍ତୁ BPL, ବର୍ଗର SC,ST ଚାଷୀଙ୍କୁ ମାତ୍ର ଦଶ ହଜାର (ନଗଦ.୧୦,୦୦୦/-)ଟଙ୍କା ଦେବାକୁ ପଡିଥାଏ । ଗଭୀର ନଳକୂପର କାର୍ଯ୍ୟ ଶେଷ ହେଲେ ଏହା ସଂପୃକ୍ତ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଏ । ସଂପୃକ୍ତ ହିତାଧିକାରୀ ଅନ୍ୟ ଚାଷୀଙ୍କୁ ପାଣି ଯୋଗାଇଦେବାର ମଧ୍ୟ ନିୟମ ଅଛି ଓ ସେ ଏଥି ସକାଶେ ଏକ ଚୁକ୍ତିନାମା ପତ୍ରରେ ସ୍ଵାକ୍ଷର କରିବାକୁ ପଡିଥ।ଏ ଯଦ୍ୟାର। ଗଭୀର ନଳକୂପର ହିତାଧିକାରୀ ତାର ପଡୋଶୀ ସାଥୀଚାଷୀ ଭାଇଙ୍କୁ ପାଣି ଯୋଗାଇ ଦେବାପାଇଁ ବାଧ୍ୟ ଅଟେ । ପ୍ରତ୍ୟେକ ସଫଳ ନଳକୂପର ଜଳ ଅମଳ କ୍ଷମତା ସେକେଣ୍ଡ ପ୍ରତି ୧.୭୫ ଲିଟର କିମ୍ବା ତାଠାରୁ ଅଧିକ ହେବା ଆବଶ୍ୟକ । ଚଳିତ ଆର୍ଥିକ ବର୍ଷ (୨୦୧୪- ୨୦୧୫) ଠାରୁ ପ୍ରତ୍ୟେକ ସାଧାରଣ ବର୍ଗ ହିତାଧିକାରୀଙ୍କୁ micro irrigation set ଉପଲବ୍ଧି ହେବା ପାଇଁ ଗତ ବର୍ଷ ଲାଗୁ କରାଯାଇଥିବା ନିଯମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ଓ ଅତି କମରେ ପ୍ରତ୍ୟେକ ଚାଷୀଙ୍କୁ ୧୮ ଟି HDPE pipe(ପ୍ରତ୍ୟେକ ପାଇପ ର ଦୈର୍ଘ୍ୟ ୬ ମିଟର) ସହ ୩ଟି sprinkler set ଦିଆଯାଏ ଓ ଏହି ବାବଦରେ ନିଗମକୁ ହିତାଧିକାରୀ ଟ. ୩୭୦୮ ପଇଠ କରିବାକୁ ପଡିଥାଏ ଓ ଏଥିପାଇଁ ତାଙ୍କୁ ଦରଖାସ୍ତ ମଧ୍ୟ ଦେବାକୁ ପଡିଥାଏ ।
ଏହି micro irrigation set ବ୍ୟବହାର କରିବା ମୂଳ ଲକ୍ଷ୍ୟ ହେଲା ଜଳକୁ ଭୂମିଉପରେ ମାଟି କେନାଲରେ ଛାଡିଲେ ତେବେ ତାହ।ଦ୍ଵାର ଅଧିକ ଜଳ ଅପଚୟ ହୋଇଥାଏ । କିନ୍ତୁ ପାଇପ ଦ୍ଵାରା ପ୍ରତ୍ୟେକ ଜମିକୁ ଗଭୀର ନଳକୂପର ଜଳ ସିଧା ଜଳ ନେଲେ ଅପଚୟ ର ପରିମାଣ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଥାଏ ଓ ସେହି ସଞ୍ଚିତ ପରିମାଣ ଜଳକୁ ଅଧିକ ଜମିରେ ବ୍ୟବହାର କରାଯାଇ ପାରିବ ।
ବିଭିନ୍ନ ବର୍ଗର ଚାଷୀଙ୍କୁ ପାଇଁ ଅଲଗା ଦର ଧାର୍ଯ୍ୟ କରାଯାଇଥାଏ ଏହାର ଏକ ତାଲିକା ନିମ୍ନରେ ପ୍ରଦାନ କରାଗଲା ।

SI. NO. Category of Farmers

Subsidy cost to be paid for

micro irrigation system

Remarks
1 2 3 4
1 For small/ A marginal category (other than DPAP Block) Rs.3708/- At 75% subsidy
2 For general farmers (other than DPAP Block) Rs. 4903/- At 65% subsidy
3 For small/marginal farmers in DPAP Block Rs. 1914/- At 90% subsidy