ପାଣି ପଞ୍ଚାୟତ ଓ ଏହାର ଗଠନ ପ୍ରକ୍ରିୟା ଓ କାର୍ଯ୍ୟକାରିତା:-

ଉଠାଜଳସେଚନ ପ୍ରକଳ୍ପରେ ପାଣି ପଞ୍ଚାୟତ ଗଠନ ଓ ଏହି ଉଠାଜଳସେଚନ ପ୍ରକଳ୍ପ ଗୁଡିକ ପାଣି ପଞ୍ଚାୟତକୁ ହସ୍ତାନ୍ତର ପ୍ରକ୍ରିୟା ରାଜ୍ୟରେ ପ୍ରଥମେ ୧୯୯୩-୯୪ ମସିହାରେ ଆରମ୍ଭ କରଯାଇଥିଲା । ପ୍ରଥମେ ରାଜ୍ୟର ସମସ୍ତ ପ୍ରାନ୍ତରେ ଏହାକୁ ଚାଷୀମାନେ ଗ୍ରହଣ କରି ନଥିଲେ ଓ ବ୍ୟାପକ ଭାବେ ଏହାକୁ ସମସ୍ତେ ବିରୋଧ କରି ଆସୁଥିଲେ । କ୍ରମେ କ୍ରମେ ଚାଷୀମାନେ ଏହାର ସୁବିନିଯୋଗ ପାଇଁ ଏହାର ଅବଶ୍ୟକତାକୁ ଚାଷୀ ମାନେ ଆସ୍ତେଆସ୍ତେ ବୁଝିଲେ ଓ ଏହାଦ୍ଵାରା ତାଙ୍କର ନିଶ୍ଚୟ ମଙ୍ଗଳ ହେବ ବୋଲି ଚିନ୍ତା କଲେ ଓ କ୍ରମଶଃ ଦେଶର ଜଳନୀତିକୁ ବିଚାରକୁ ନେଇ ଓଡିଶା ସରକାର ପାଣି ପଞ୍ଚାୟତ ଅଧିନିୟମ ୨୦୦୨ (ତା-୧୫.୧୧.୨୦୦୨) ଓ ଓଡିଶା ପାଣି ପଞ୍ଚାୟତ ନିୟମାବଳୀ ୨୦୦୩ (ତା- 20.୦୪.୨୦୦୩) ଏବଂ ଓଡିଶା ପାଣି ପଞ୍ଚାୟତ (ସଂଶୋଧନ) ଅଧିନିୟମ ୨୦୦୮ କୁ ପର୍ଯ୍ୟାୟ କ୍ରମେ ଆଇନରେ ପରିଣତ କରିଛନ୍ତି ଓ ଉଠାଜଳସେଚନ ପ୍ରକଳ୍ପରେ ଏହାର ପ୍ରୟୋଗ ଓଡିଶା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଓଡିଶା ରାଜ୍ୟକୁ କୃଷି କ୍ଷେତ୍ରରେ ସମୃଦ୍ଧଶଳୀ ରାଜ୍ୟରୂପେ ପରିଣତ କରିବା ପାଇଁ ଏହି ଯୋଜନା ହେଉଛି ଏକ ସଫଳ ବିକାଶ ମୂଖୀ ପଦକ୍ଷେପ ।
ପାଣି ପଞ୍ଚାୟତ କୃଷକମାନଙ୍କ ଏକ ବିକାଶ ମୂଖୀ ସଂଗଠନ ଓ ଏଠାରେ କୃଷକମାନେ ସଂଗଠିତ ହୋଇ ଏକାଠି ବସିବେ ଓ ଜଳସେଚନ ପ୍ରକଳ୍ପକୁ ନିଜର ସମ୍ପତ୍ତି ବୋଲି ଭାବି ଦେଖାଶୁଣା କରିବେ ଏହାହିଁ ପାଣି ପଞ୍ଚାୟତର ପରିକଳ୍ପନା । ଜଳର ସୁବିନିଯୋଗ ସୁଷମ ବଣ୍ଟନ ଓ ନିୟନ୍ତ୍ରିତ ଭାବେ ଜଳ ପରିଚାଳନା ଓ କେନାଲ ରକ୍ଷଣା ବେକ୍ଷଣ ଦାୟିତ୍ଵ ସୁଚାରୁ ରୂପେ ସାଧନ କରିବା ଚାଷୀମାନଙ୍କ ଉପରେ ଦାୟିତ୍ଵ ହସ୍ତାନ୍ତର କରିବା ପାଣି ପଞ୍ଚାୟତ ଯୋଜନାର ଏକ ପ୍ରମୁଖ ଅଂଶ ଅଟେ ।
ପାଣିପାଞ୍ଚ।ୟତ ବିବିଧ କର୍ଜ୍ୟାବଳି ନିମ୍ନରେ ପ୍ରଦାନ କରାଗଲା :-
୧. ପାଣି ପଞ୍ଚ।ୟତ ଗୁଡିକ ୨୦୦୮ ର ପାଣିପଞ୍ଚ।ୟତ ଅଧିନିୟମ ଓ ନିୟମାବଳିର ଧାରା ଅନୁଯାଇ ସାନି ନିର୍ବାଚନ ମାଧ୍ୟମରେ ପ୍ରତ୍ୟେକ ପାଣିପଞ୍ଚ।ୟତ ନୂତନ ସଦସ୍ୟ ଚୟନ କରିବା ଲକ୍ଷ୍ୟ ଦେଇ ସହଯୋଗ କରିବା ଆବଶ୍ୟକ ।
୨. ଉଠାଜଳସେଚନ ପ୍ରକଳ୍ପରେ ଜଳର ସୁଷମ ବଣ୍ଟନ, ଏହାର ସୁପରିଚାଳନ। ଓ ରକ୍ଷଣ।ବେକ୍ଷଣ ଦ୍ଵାରା କୃଷକମାନଙ୍କ ହୃଦୟରେ ତିଆରି କରାଯାଇଥିବା ପ୍ରକଳ୍ପ ପ୍ରତି ନିଜସ୍ଵଭାବ ଓ ସେଚ ଜଳର ସୁବିନିଯୋଗ ପ୍ରତି ସଚେତନତା ବୃଦ୍ଧି କରିବା ଆବଶ୍ୟକ ।
୩. ଚାଷୀମାନଙ୍କ ମଧ୍ୟରେ ଥିବା ମତଭେଦକୁ ଆଲୋଚନା ଓ ପର୍ଜ୍ୟାଲୋଚନ ମାଧ୍ୟମରେ ସମାଧାନ କରି ସେଚ ଜଳର ଅସାଧୁ ବ୍ୟବହାର କୁ ରୋକାଯିବାରେ ସାହାଯ୍ୟ କରିବ ।
୪. ସରକାରୀ ସାହାଯ୍ୟକୁ ଅପେକ୍ଷା ନ କରି ଜଳସେଚନ ବ୍ୟବସ୍ଥାର ସାଧାରଣ ମରାମତି କାମ ଗୁଡିକ ପାଣି ପଞ୍ଚାଯତ ମାଧ୍ୟମରେ କରି ଅଳ୍ପ ସମୟ ମଧ୍ୟରେ ଚାଷୀଙ୍କୁ ଠିକ ସମୟରେ ଜଳ ଉପଲବ୍ଧ କରାଇବା ।
୫. ହସ୍ତାନ୍ତରିତ ଜଳସେଚନ ପ୍ରକଳ୍ପରେ ଆବଶ୍ୟକ ହେଉଥିବା ସମସ୍ତ ବିଶେଷ ମରାମତି କାର୍ଯ୍ୟ (special Repair ) ସରକାରଙ୍କ ଠାରୁ ଅନୁଦାନ ପାଇବା ପରେ ପ୍ରତ୍ୟକ୍ଷ ତତ୍ବାବଧାନରେ କରାଇବା ।
୬. ପାଣି ପଞ୍ଚାଯତ ମାଧ୍ୟମରେ କୃଷକ ମାନଙ୍କ କୃଷି ଭିତ୍ତିକ ସମସ୍ୟାର ସରକାରଙ୍କ ଠାରେ ଉପସ୍ଥାପନ ତଥା ସମାଧାନ କରାଇବା ।
୭. ସେଚ ପ୍ରକଳ୍ପରେ ଉପଲବ୍ଧ ଜଳର ପରିମାଣକୁ ଆଧାର କରି, ଜମିର କିଶମ ଓ ସ୍ଥାନୀୟ ପାଣି ପାଖକୁ ଦୃଷ୍ଟିରେ ରଖି ଚାଷୀମାନେ ସୁଚିନ୍ତିତ ଫସଲ ଖସଡା ପ୍ରସ୍ତୁତ କରି ଅଧିକ ଲାଭ ଜନକ ଫସଲ ଯଥା:- ଆଖୁ, ଚିନାବାଦାମ, ପନିପରିବା, ଇତ୍ୟାଦି ଚାଷ କରିବା ।
୮. ପାଣିପଞ୍ଚାୟତ ଅଧିନରେ ଥିବା ଚାଷୀ ମାନଙ୍କୁ ସହଜ ସୁବିଧା , ସୁଲଭ ଦରରେ ବିହନ, ସାର କୀଟନାଶକ ଔଷଧ କୃଷି ସରଞ୍ଜାମ ତଥା କୃଷିରୁଣ ଯୋଗାଇବା ।
୯. ପାଣିପଞ୍ଚାୟତ ମାନେ କୃଷି ପାଇଁ ଆବଶ୍ୟକୀୟ ସରଞ୍ଜାମ ତଥା ଅନ୍ୟାନ୍ୟ ଦ୍ରବ୍ୟ ତଥା ଉତ୍ପାଦିତ ଦ୍ରବ୍ୟର ବିକ୍ରୟକରି ଆର୍ଥିକ ସମ୍ବଳ ବୃଦ୍ଧି କରିପାରିବେ ।
୧୦. କୃଷି ବିଭାଗର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ନିଗମ ପାଉଥିବା ପାଣ୍ଠିକୁ ବିନିଯୋଗ କରି କେନାଲ ସଂପ୍ରସାରଣ (PVC pipe extension) ଅଧିକ ଜମିକୁ ଜଳର ସୁବନ୍ଦୋବସ୍ତ କରି ପାରିବେ ।
୧୧. ପାଣି ପଞ୍ଚାୟତ ସଭ୍ୟମାଙ୍କର ତାଲିକା, ସଭାକାର୍ଯ୍ୟ ବିବରଣୀ, ଆୟବ୍ୟୟର ହିସାବ, ରକ୍ଷଣାବେକ୍ଷଣର ଚିଠା ପ୍ରଭୃତି one word ପଞ୍ଜିକାରେ ନିୟମିତ ଭାବେ ଲିପିବଦ୍ଧ କରିବା ।
୧୨. ଖରିଫ / ରବି ଋତୁରେ ଅ।ଦାୟ କରାଯାଉଥିବା ଧାନ ବିକାକିଣା ନିମନ୍ତେ ଇ- ପଞ୍ଜୀକରଣ ସମସ୍ତ ପାଣି ପଞ୍ଚାୟତ କରିପାରିବେ ।
ପାଣି ପଞ୍ଚାୟତ ସଶକ୍ତି କରଣ ପାଇଁ ସରକାର ନିମ୍ନଲିଖିତ ପଦକ୍ଷେପ ନେଉଛନ୍ତି
•       ଅତିରିକ୍ତ / ସ୍ଵତନ୍ତ୍ର ଶାସନ ସଚିବଙ୍କ ତାତ୍ବାବଧାନରେ ସେଚାସ୍ଥଳ ଉନୟନ ତଥା ସହଭାଗୀ ଜଳସେଚନ ପରିଚାଳନା ପାଇଁ ଅଲଗା ଭାବେ ନିର୍ଦେଶାଳୟ ସ୍ଥାପନ କରାଯାଇଛି ।
•      ପ୍ରତି ବର୍ଷ ଡିସେମ୍ବର ୨୬ ଠାରୁ ଜାନୁୟାରୀ ୯ ତାରିଖ ପର୍ଯ୍ୟନ୍ତ ( ଦୀର୍ଘ ୧୫ ଦିନ ବ୍ୟାପୀ) ରାଜ୍ୟରେ ସମସ୍ତ ଅଞ୍ଚଳରେ ପାଣିପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପକ୍ଷ ପାଳନ ଅବସରରେ କୃଷି ଓ କୃଷକ ମାନଙ୍କ ଉନ୍ନତି ତଥା କୃଷକ ସମାଜକୁ ଉତ୍ସାହିତ କରିବା ପାଇଁ ସରକାର ବିଭିନ୍ନ କର୍ଜ୍ୟକ୍ରମ ମାନ କରୁଛନ୍ତି । ପ୍ରତ୍ୟେକ ବର୍ଷ ରାଜ୍ୟରେ ୨୦ଟି ଉତ୍କୃଷ୍ଟ ପାଣିପଞ୍ଚାୟତକୁ ପକ୍ଷ ପାଳନର ଉଦଯାପନୀ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଷ୍କତ କରିଥାନ୍ତି । ସେହିପରି ଏହି ୨୦ଟି ପାଣିପଞ୍ଚାୟତକୁ ନିଜସ୍ଵ ଅଫିସ ଗୃହ ତିଆରି କରିବା ପାଇଁ ୩ ଲକ୍ଷ୍ୟ ଟଙ୍କା ଲେଖାଏ ଅନୁଦାନ ରାଶି ଯୋଗାଇ ଥାନ୍ତି । ପାଣିପଞ୍ଚାୟତ କର୍ମ କର୍ତ୍ତା ତଥା ଅଗ୍ରଣୀ ଚାଷୀ ମାନଙ୍କୁ ଆମ ରାଜ୍ୟର ବିଭିନ୍ନ ଉତ୍ତମ ପ୍ରକଳ୍ପ ତଥା ପଡୋଶୀ ଅନ୍ୟାନ୍ୟ ରାଜ୍ୟରେ ଜଳର ସୁପରିଚାଳନ ସମ୍ବନ୍ଧୀୟ ଜ୍ଞାନ କୌଶଳ ଆହରଣ କରିବା ପାଇଁ ତାଲିମ ତଥା ପରିଭ୍ରମଣ କାର୍ଯ୍ୟକ୍ରମ ମାଧ୍ୟମରେ ବାହାର ରାଜ୍ୟକୁ ପଠାଇଥାନ୍ତି ।
•      ପାଣି ପଞ୍ଚାୟତ କର୍ମକର୍ତ। ତଥା ଅଗ୍ରଣୀ ଚାଷୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଭୁବନେଶ୍ଵର-କଟକ ରାସ୍ତାର ପ୍ରତାପନଗରୀ ଠାରେ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ( ୱ।ଲିମୀ) ସ୍ଥାପନ କରାଯାଇଛି ଓ ବର୍ଷସାରା ବିଭିନ୍ନ ଅଞ୍ଚଳରୁ ଚାଷୀଙ୍କୁ ପାଇଁ ପ୍ରଶିକ୍ଷଣ ଦେବାପାଇଁ ବ୍ୟବସ୍ଥା କରାଯାଇଛି ।
•      ଜଳ ସମ୍ପଦ ବିଭାଗର ଅନୁକୂଲ୍ୟରେ ପାଣି ପଞ୍ଚାୟତ ଉପରେ ପର୍ଯ୍ୟବେଷିତ ପାଣି ପଞ୍ଚାୟତ ସମାଚାର “ ଓ “ ପାଣି ପଞ୍ଚାୟତ କଥ। “ପୁସ୍ତକା ୱାଲିମ ଦ୍ଵାରା ପ୍ରକାଶିତ କରାଯାଇ ବଣ୍ଟନ କରାଯାଉଛି ।
•      ଗ୍ରାମସାଟ କାର୍ଯ୍ୟକ୍ରମ ଦ୍ଵାରା ଭୁବନେଶ୍ବରରୁ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ଦ୍ଵାରା ପ୍ରତେକ ଜିଲ୍ଲାର ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀଙ୍କ ସହିତ ସିଧା ସଳଖ ଆଲୋଚନା ମାଧ୍ୟମରେ କୃଷକ ଓ କୃଷି ଭିତ୍ତିକ ସମସ୍ୟାର ସମାଧନ କରାଯାଉଛି । ପାଣି ପଞ୍ଚାୟତ ଉପରେ ପର୍ଯ୍ୟବେଷିତ ତଥ୍ୟ ୱେବସାଇଟରେ (www.orissa panipanchayat. Gov.in) ଓ ସଂଯୋଗ ହେଲ୍ପ ଲାଇନ (୧୫୫୩୩୫) ଦ୍ଵାରା ଉପଲବ୍ଧ ହେଉଛି । ଦୀର୍ଘସ୍ଥାୟୀ ସଂଗଠନ ଗଢିବାରେ ପାଣି ପଞ୍ଚାୟତ ନିମ୍ନଲିଖିତ ଭୂମିକରେ ଗ୍ରହଣ କରୁଛି
•      ପାଣି ପଞ୍ଚାୟତ ଅଧିନିୟମ ୨୦୦୨ ପାଣି ପଞ୍ଚାୟତ ନିଯମାବଳୀ ୨୦୦୩ ଓ ଅଧିନିୟମ ସଂଶୋଧନ ୨୦୦୮ କୁ ହୃଦୟଙ୍ଗମ କରି ସରକାରଙ୍କ ସହ ସହଯୋଗ କରିବା ।
•      ସ୍ବଚ୍ଛ ବ୍ୟବସ୍ଥା ପ୍ରଚଳନ ଦ୍ଵାରା ସାଧାରଣ ସଭ୍ୟ ମାନଙ୍କର ବିଶ୍ବାସ ଭାଜନ ହେବା ।
•      କାର୍ଯ୍ୟକାରିଣୀ ସଭା ମାସକୁ ଅନ୍ତତଃ ଥରେ ଡାକି ଜଳସେଚନ, କୃଷି, ବିଦ୍ୟୁତ ଓ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାର ଅଧିକାରୀ ମାନଙ୍କୁ ଡାକିବେ ।
•      ଜଳ ସେଚନ ପ୍ରଣାଳୀରେ ରକ୍ଷଣାବେକ୍ଷଣ, ମରାମତି, ଜଳ ବଣ୍ଟନ ସମ୍ବଳ ପରିଚାଳନା, କୃଷି ଇତ୍ୟାଦି କାର୍ଯ୍ୟ ସୂଚାରୁ ସମ୍ପ।ଦନ କାରିବା ପାଇଁ ସବ କମିଟ ଗଠନ କରି ପାରିବେ ।
•      ପ୍ରତେକ ବର୍ଷ ଖରିଫ ଓ ରବି ଋତୁରେ ମରାମତି ଖର୍ଚ ଓ ବିଦ୍ୟୁତ ଦେୟ ବିଲ ପଇଠ କରିବା ପାଇଁ ପ୍ରତେକ ସଦସ୍ୟଙ୍କ ଠାରୁ ଠିକ ପରିମାଣରେ ଜଳକର ଅଦାୟ କରିବେ ଯଦ୍ୱାରା ପ୍ରକଳ୍ପଟି ଠିକ ଭାବେ ଚାଲି ପାରିବ ଓ ଭବିଷ୍ୟତରେ କୌଣସି କାରଣରୁ ରୁଗୁଣ ହେବ ନହିଁ ।
•      ବ୍ୟାଙ୍କ ଜମା ଖାତା ଖୋଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସାମିଲ କରାଇବା ଓ ଆୟ ବ୍ୟୟର ବାର୍ଷିକ ଅଡିଟ କରାଇବେ ।
•      ସାମାଜିକ ସମୀକ୍ଷା ପାଇଁ ସାଧାରଣ ପରିଷଦ ସଭାରେ ଜମା ଖର୍ଚ ସମ୍ପାଦିତ କାର୍ଯ୍ୟ, ଫସଲ ଖସଡା, ଜଳର ସୁବିନିଯୋଗ ଓ ସୁଷମ ବଣ୍ଟନ ସମ୍ପର୍କୀୟ ତଥ୍ୟ ବିଷୟରେ ଆଲୋଚନା କରିବେ । ଏ ସବୁ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କାଲେ ପାଣି ପଞ୍ଚାଯତ ସଂସ୍ଥା ଏକ ଅଗ୍ରଣୀ ସଂସ୍ଥା ଭାବେ ମୁଣ୍ଡ ଟେକି ପାଇବେ ଓ ଚାଷୀ ଭାଇମାନେ ସଂଗଠିତ ହୋଇ ପାଣି ପଞ୍ଚାୟତ ଜରିଆରେ ସହଭାଗୀ ଜଳ ସେଚନ ପରିଚାଳନା ମାଧ୍ୟମରେ ଜଳର ଅପଚୟକୁ ରୋକୀ ପାରିବେ ଓ ଓଡିଶା ରାଜ୍ୟକୁ ଶସ୍ୟ ଶ୍ୟାମଳ। ଓ ସମୃଦ୍ଧି କରିପାରିବେ । ଉଠା ଜଳସେଚନ ନିଗମ ଦ୍ଵାରା ଗଠିତ ଓ ପରିଚାଳିତ ପାଣି ପଞ୍ଚାଯତ ବିଷୟରେ ପଦେ ଅଧେ । ରାଜ୍ୟରେ ତା : ୩୧.୦୩.୨୦୧୪ ସୁଦ୍ଧା ମୋଟରେ ୨୩୫୯୬ ଟି ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇ ୫୨୩୩୪୯ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା କରାଯାଇଛି । ଉକ୍ତ ପ୍ରକଳ୍ପ ମଧ୍ୟରୁ ୧୬୬୮୦ ଟି ପ୍ରକଳ୍ପ ସଚଳ ଅବସ୍ଥାରେ ଅଛି ଯାହାର ଜଳ ଯୋଇଗାଇବା କ୍ଷମତା ୩୬୫୭୮୯ ହେକ୍ଟର ଓ ଅବଶିଷ୍ଟ ୬୯୧୬ ଟି ପ୍ରକଳ୍ପ ବିଭିନ୍ନ କାରଣ ଯୋଗୁଁ ଅଚଳ ଅବସ୍ଥାରେ ଅଛି ଯାହାର ଆୟକଟ ଏରିଆ ୧୫୭୫୬୦ ହେକ୍ଟର ଅଟେ । ଚଳିତ ବର୍ଷ (୨୦୧୪ -୨୦୧୫ ) ଡିସେମ୍ବର ମାସ ଶେଷ ସୁଦ୍ଧା ୩୯୨ ଟି ନୂତନ ପ୍ରକଳ୍ପ ଓ ୨୩୭ ଟି ପୁନଃଉଦ୍ଧ।ର ପ୍ରକଳ୍ପ ସ୍ଥାପନ କରାଯାଇ ଯଥାକ୍ରମେ ୯୨୯୦ ଓ ୩୯୧୨ ହେକ୍ଟର ଚାଷ ଜମିକୁ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଉଠାଜଳସେଚନ ନିଗମରେ ସର୍ବମୋଟ ୧୮୮୬୯ ଟି ଉଠାଜଳସେଚନ ପ୍ରକଳ୍ପରେ ପାଣି ପଞ୍ଚାଯତ ଗଠନ କରାଯାଇଛି ଯାହାର ଆୟକଟ ଏରିଆ ୪.୧୮ ଲକ୍ଷ୍ୟ ହେକ୍ଟର ଅଟେ, ଏହାର ବିଶଦ ବିବରଣୀ ନିମ୍ନରେ ଦର୍ଶଯାଇଛି ।

ସମୁଦାୟ ଗଠନ କରାଯାଇଥିବା ପାଣିପଞ୍ଚାୟତ ୧୮୮୬୯ ନଂ ୪.୧୮ ଲକ୍ଷ୍ୟ ହେ.
୨୦୦୨-୨୦୦୩ ନିର୍ବାଚିତ ମାଧ୍ୟମରେ ଗଠିତ ପାଣିପଞ୍ଚାୟତ ସଂଖ୍ୟା ୧୮୨୬୮ ନଂ ୪.୦୫ ଲକ୍ଷ ହେ.
ହସ୍ତାନ୍ତରିତ ପାଣି ପଞ୍ଚାୟତ ୧୮୬୯୭ ନଂ ୪.୧୫ଲକ୍ଷ୍ୟ ହେ.
ପୁନଃ ନିର୍ବାଚନ ଶେଷ କରାଯାଇଥିବା ପାଣି ପଞ୍ଚାୟତ ୩୯୬୭ ନଂ ୦.୭୮ ଲକ୍ଷ ହେ.

ଆଗାମୀ ଦିନ ମାନଙ୍କରେ ନୂତନ ପ୍ରକଳ୍ପ / ପୁରାତନ ପ୍ରକଳ୍ପ ମାନ ସ୍ଥାପନ କରି ପାଣି ପଞ୍ଚାୟତ ସଂଖ୍ୟା ବୃଦ୍ଧି କରାଯାଇ ପାରିବ । ଏହି ପାଣି ପଞ୍ଚାୟତ ଗୁଡିକର ସଶକ୍ତି କରଣ କରିବା ପାଇଁ ନୂତନ ଅଭିନବ ପ୍ରୟାସ କରିବା ଆମ୍ଭ ମାଇହ ଏକାନ୍ତ ଆବଶ୍ୟକ । ପାଣି ପଞ୍ଚାୟତ ଗୁଡିକର କାର୍ଯ୍ୟ ଶୈଳୀ ବୁଦ୍ଧି କରିବା ପାଇଁ ମଧ୍ୟ ଆମ୍ଭକୁ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରିବାକୁ ପଡିବ , ଯଦ୍ୱାରା ସେମାନେ ଗଣତାନ୍ତ୍ରିକ ପଦ୍ଧତିରେ ବିନା ଦ୍ଵିଧାରେ ସୁଚାରୂପେ କାର୍ଯ୍ୟ କରି ପାରିବେ ଓ ଏହା ଆମ ରାଜ୍ୟ ପାଇଁ ହିତକର ହେବ ।