ଜଳନିଧି-୨ Cluster Shallow T/W

(୧) ଅଗଭୀର ପୁଞ୍ଜ ନଳକୂପ (cluster shallow T/W ) ଯୋଜନା :- ଏହି ଯୋଜନାଟି ନିଜସ୍ୱ ମାଲିକାନା ଭିତ୍ତିରେ ୨୦୧୪-୧୫ ଆର୍ଥିକ ବର୍ଷରୁ ଉଠାଜଳସେଚନ ନିଗମ ଦ୍ଵାରା କାର୍ଯ୍ୟକାରୀ କରାଯାଇଛି । ପ୍ରଥମ ବର୍ଷ ମୟୂରଭଞ୍ଜ ଜିଲ୍ଲାକୁ pilot project ହିସାବରେ ବଛାଯାଇଛି ୯୬ଟି ପ୍ରକଳ୍ପ ଖନନ କରାଯାଇଛି ଓ ଏହି ପ୍ରକଳ୍ପ ମଧ୍ୟ ରୁ ୨୦୧୩-୧୪ ଆର୍ଥିକ ବର୍ଷରେ ୬୦ ଟି ପ୍ରକଳ୍ପର ବିଦ୍ୟୁତ କରଣ କାର୍ଯ୍ୟ ଶେଷ କରାଯାଇ ହିତାଧିକାରୀଙ୍କୁ ହସ୍ତାନ୍ତର କରଯାଇଥିଲା ଓ ଅବଶିଷ୍ଟ ପ୍ରକଳ୍ପର ବିଦ୍ୟୁତକରଣ କାର୍ଯ୍ୟ ଚଳିତ ବର୍ଷ କର।ଯାଇଥିଲା ଏହି ଯୋଜନାରେ ଆବଶ୍ୟକ ପାଣ୍ଠି କୃଷି ବିଭାଗଠ।ରୁ ନିଗମ ପାଇଥାଏ ।
୨୦୧୪-୧୫ ଆର୍ଥିକ ବର୍ଷରେ ଏହି ଯୋଜନା ରାଜ୍ୟରେ ପ୍ରମୁଖ ନଦୀ ଅବବାହିକାରେ ଥିବା ନିମ୍ନଲିଖିତ ସମତଳ ଜିଲ୍ଲା ମାନଙ୍କରେ କାର୍ଯ୍ୟକାରୀ କରାଗଲା (ପୁରୀ ଜିଲ୍ଲାକୁ ଛାଡି) ।
(୧) ଗଜପତି (୨) ଗଞ୍ଜାମ (୩) ଖୋର୍ଦ୍ଧା (୪) ନୟାଗଡ଼ (୫) କଟକ (୬) ଜଗତସିଙ୍ଗପୁର (୭) ଯାଜପୁର (୮) ଭଦ୍ରକ (୯) କେନ୍ଦ୍ରପଡା (୧୦) ବାଲେଶ୍ଵର (୧୧) ମୟୂରଭଞ୍ଜ (୧୨) କେନ୍ଦୁଝର (୧୩) ରାୟଗଡ଼ (ଆଂଶିକ) ।
ଏହି ଯୋଜନା ଦ୍ଵାରା ପ୍ରତ୍ୟକ ଅଗଭୀର ନଳକୂପ ଦ୍ଵାରା ଖରିଫ ଋତୁରେ ୧୦ ହେକ୍ଟର (Protective Irrigation) ଓ ରବି ଋତୁରେ ୫ ହେକ୍ଟର ଚାଷ ଜମିକୁ ଜଳ ସେଚନର ସୁବିଧା କରାଯାଇ ଥାଏ । ପ୍ରତ୍ୟେକ ପ୍ରକଳ୍ପ ର ଆକଳନ ମୂଲ୍ୟ ଟ.୩,୪୫,୦୦୦ /- ଓ ଏହା ପୁଞ୍ଜି ଭିତିରେ ନିର୍ମାଣ କରାଯାଇ ଥାଏ । ପ୍ରତ୍ୟେକ ପୁଞ୍ଜିରେ ଅନ୍ୟୁନ୍ୟ ୫ ଟି ନଳକୂପ ନିର୍ମାଣ କରାଯାଇଥାଏ । ଏହି ଯୋଜନାରେ ଚାଷୀଙ୍କୁ ଟ. ୨୦,୦୦୦/- (ସାଧାରଣ ବର୍ଗ ଚାଷୀଙ୍କ ପାଇଁ) ଓ ଟ. ୧୦,୦୦୦/- (ଆଦିବାସୀ ଜନଜାତି ତଥା ବିପିଏଲ ପରିବାର ବର୍ଗଙ୍କ ପାଇଁ) ନିଗମକୁ ପଈଠ କରିବାକୁ ଯଦିଥାଏ । ପ୍ରତ୍ୟକ ପ୍ରକଳ୍ପ Micro Irrigation system ବ୍ୟବହାର କରାଯାଇଥାଏ । ଏହା ଉଦ୍ୟାନ କୃଷି ବିଭାଗର ଧାର୍ଯ୍ୟ ସବସିଡ ଦରରେ ଦିଆଯାଏ ଓ ପ୍ରତ୍ୟେକ ପ୍ରକଳ୍ପ ପାଇଁ ୧୦୮ ମି HDPE ପାଇପ ଓ ୩ଟି sprinkler set ଦିଆଯାଈଥାଏ । ଏହାର ଧାର୍ଯ୍ୟଦର ଗଭୀର ନଳକୂପ ଯୋଜନାରେ ଲିଖିତ ଧାର୍ଯ୍ୟ ଦର ସହ ସମାନ ଅଟେ । ଉଦ୍ୟାନ ବିଭାଗ ଏହା ସରକାରଙ୍କ ରିହାତି ଦରରେ ଯୋଗାଇଥାନ୍ତି ଓ କେନ୍ଦ୍ର ସରକାରଙ୍କ ରିହାତି ଦରରେ ଯୋଗାଇଥାନ୍ତି ଓ କେନ୍ଦ୍ର ସରକାରଙ୍କ NMMI ଦ୍ଵାରା ଏହାର ସବସିଡ ଦର ରେ ଏହା ଧାର୍ଯ୍ୟ କରାଯାଇଥାଏ ।
ଏହି ପ୍ରକଳ୍ପ ନିର୍ମାଣ ପାଇଁ ଅତିକମରେ ସେହି ହିତାଧିକାରୀଙ୍କ ଅଣଜଳସେଚିତ ଅଧା ଏକର ଜମି ଥିବା ଆବଶ୍ୟକ ଓ ଅନ୍ୟାନ୍ୟ ପଡୋଶୀ ଚାଷୀଙ୍କ ଜମିର ପରିମାଣକୁ ମିଶାଇ ମୋଟ ଆୟକଟ ସ୍ଥିର କରାଯାଇଥାଏ । ହିତାଧିକାରୀ ପଡୋଶୀ ଚାଷୀ ଭାଇଙ୍କୁ ପ।ଣି ଦେବା ପାଇଁ ଏକ ଚୁକ୍ତି ନାମ। । ପତ୍ରରେ ସ୍ଵାକ୍ଷର କରିବାକୁ ପଡି ଥାଏ । ପ୍ରକଳ୍ପ ନିର୍ମାଣ ପରେ ଏକକ ମାଲିକାନା ସତ୍ଵରେ ଏହା ସଂପୃକ୍ତ ହିତାଧିକାରୀଙ୍କୁ ଏହାର ଚାଳନ।, ରକ୍ଷଣ ବେକ୍ଷଣ ପାଇଁ ହସ୍ତାନ୍ତର କରାଯାଇଥାଏ ।
ହିତାଧିକାରୀ ସାଧାକାଗଜରେ ଦରଖାସ୍ତ ଆବେଦନ କଲାବେଳେ ଜମିର ବିବରଣୀର ନକଲ ସହ ଅନ୍ୟ ପଡୋଶୀ ଚାଷୀଙ୍କ ଜମିର ପରିମାଣ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବାକୁ ହୁଏ । ଯେଉଁ ଚାଷୀଙ୍କ ଜମିରେ ନଳକୂପ ସ୍ଥାପନ କରାଯାଏ କିମ୍ବା ଭୂମି ତଳେ ପାଇପ ବିଛାଯାଏ, ସେହି ଚାଷୀ ମାନଙ୍କୁ କୌଣସି ଖର୍ଚର ଭରଣା (Compensation) ସରକାର କରନ୍ତି ନହିଁ । ପ୍ରତ୍ୟେକ ସଫଳ ଗଭୀର ନଳକୂପର ପାଣି ଯୋଗାଇବା କ୍ଷମତା (discharge) ଅନ୍ୟୁନ ସେକେଣ୍ଡ ପ୍ରତି ୩.୫୦ ଲିଟର କିମ୍ବା ତାଠାରୁ ଅଧିକ ହେବା ଆବଶ୍ୟକ ଅଟେ । ବିଦ୍ୟୁତକରଣ (powersupply) ପ୍ରକ୍ରିୟାରେ ହିତାଧିକାରୀ Dist. com. ସହ ସିଧା ଚୁକ୍ତି ନାମା କରିବାକୁ ପଡିଥାଏ ଓ ହିତାଧିକାରୀ ନିୟମିତ ବିଦ୍ୟୁତ ଶୁକ୍ଳ ପଇଠ କରିବାକୁ ପଡିଥାଏ ।
ଭୂତଳ ଜଳର ଉପଲବ୍ଧିକୁ ବିଚାରକୁ ନେଇ ଏହା ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରତ୍ୟେକ ବର୍ଷ ନିର୍ମାଣ କରାଯାଇ ପାରିବ । ଏହା ଦ୍ଵାରା ଚାଷୀ ଭାଇ ମାନେ ବର୍ଷ ସାରା ଫସଲ ଉତ୍ପାଦନ କରି ସ୍ଵ।ବଲମ୍ବି ହୋଇ ପାରିବେ ଓ ଦେଶର ଅଭିବୃଦ୍ଧିରେ ସହାୟତ ହୋଇପାରିବେ ।