ଓଡିଶା ଉଠାଜଳସେଚନ ନିଗମ ରାଜ୍ୟର ଏକ ଅଗ୍ରଣୀ ନିଗମ ଭାବେ ଦୀର୍ଘ ୪୧ ବର୍ଷ ହେଲା ଚାଷୀ ମାନଙ୍କୁ ସେବା ଯୋଗାଈ ଦେଇ ଆସିଛୁ । ନିଗମର ଜନ୍ମ ୧୯୭୩ ମସିହା ଅକ୍ଟୋବର ମାସ ୧ ତାରିଖରେ ଏହି ନିଗମ ଦ୍ଵାରା ଅବିଶ୍ରାନ୍ତ ଭାବେ ପ୍ରତେକ ବର୍ଷ ନୂତନ ଉଠାଜଳସେଚନ ପ୍ରକଳ୍ପମାନ ତିଆରି ହୋଇ ଆସୁଛି ଓ ରାଜ୍ୟର ସମସ୍ତ ପ୍ରାନ୍ତରେ ଏହା ଚାଷୀଙ୍କ ଦ୍ଵାରା କାର୍ଯ୍ୟରେ ବିନିଯୋଗ ହୋଇ ପାରୁଛି। ୧୯୭୩ ମସିହା ପୂର୍ବରୁ ଏହା କୃଷି ବିଭାଗ ଅଧିନରେ ଏକ ସରକାରୀ ବିଭାଗ ରୂପେ କାର୍ଯ୍ୟ କରି ଆସୁଥିଲା ଓ ସେତେବେଳେ ଏହା ରାଜ୍ୟରେ ସମସ୍ତ ଅଞ୍ଚଳରେ ବ୍ୟାପକ ଭାବେ ନିର୍ମାଣ କରାଯାଇ ପାରୁନଥିଲା । କ୍ରମଶଃ ରାଜ୍ୟ ସରକାରଙ୍କ Green Revolution ଯୋଜନାକୁ ସାକାର କରିବା ଲକ୍ଷ୍ୟରେ ଏହାକୁ ବ୍ୟାପକ କରାଗଲା । ପରେ ପରେ ଅନ୍ୟାନ୍ୟ ସଂସ୍ଥା ମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇ ରାଜ୍ୟର ପ୍ରତେକ ସ୍ଥାନରେ ଏହା ବ୍ୟାପକ ଭାବେ ନିର୍ମାଣ କରାଗଲା ଓ ବର୍ତ୍ତମାନ ଖରିପ ଓ ରବି ଋତୁରେ ଏହା ଚାଷୀଙ୍କ ଉପକାର କରି ଆସୁଛି । ସାଧାରଣତଃ ଉଠାଜଳସେଚନ ପ୍ରକଳ୍ପରେ ଭୂତଳ ଜଳ ଓ ନାଦିଜଳକୁ ବ୍ୟବହାର କରାଯାଇଥାଏ । ସମତଳ ଉପକୂଳ ନଦୀ ଅବବାହିକା ଅଞ୍ଚଳରେ ଭୂତଳ ଜଳକୁ ବ୍ୟବହାର କରାଯାଇ ରିଭର ଲିପ୍ଟି ପ୍ରକଳ୍ପମାନ ତିଆରି କରାଯାଇଥାଏ । ଜଳର ଉପଲବ୍ଧିକୁ ବିଚାରକୁ ନେଇ ପ୍ରତ୍ୟେକ ଉଠାଜଳସେଚନ ପ୍ରକଳ୍ପରେ ଆୟକର ଏରିଆ ୧୦ ହେକ୍ଟର ରୁ ୨୪ ହେକ୍ଟର ମଧ୍ୟରେ ସ୍ଥିର କରାଯାଇଥାଏ କେତେକ ସ୍ଥାନରେ ଏହା ଅତି ଅଧିକରେ ୪୦ ହେକ୍ଟର ପର୍ଯ୍ୟନ୍ତ ହୋଇଥାଏ । ପ୍ରତ୍ୟେକ ପ୍ରକଳ୍ପରେ ଜଳର ଉପଲବ୍ଧି ଓ ଭୂମି/ଜମିର ଅବସ୍ଥିତିକୁ ନେଇ ୭.୫ ଅଶ୍ଵଶକ୍ତି ବିଶିଷ୍ଟ ପମ୍ପସେଟ ବ୍ୟବହାର କରାଯାଇଥାଏ । ଏହି ନିଗମର ସମସ୍ତ ପ୍ରକଳ୍ପରେ ବିଦ୍ୟୁତ ଶକ୍ତି ଚାଳିତ ପମ୍ପସେଟ ବ୍ୟବହାର ହୋଇଥାଏ । ବର୍ତ୍ତମାନ ସାରକରଙ୍କ ନିର୍ଦ୍ଦେଶ ତଥା ଆର୍ଥିକ ସହାୟତାରେ ସମସ୍ତ ପୁରାତନ ପମ୍ପସେଟକୁ ପଜ୍ୟାୟାକର୍ମେ ବାହାରକରି ବିଦ୍ୟୁତଶକ୍ତି ସଂରକ୍ଷଣ କରି ପାରୁଥିବା ପମ୍ପସେଟ ବ୍ୟବହାର କରାଯିବା ଲକ୍ଷରଖୀ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥି ସକାଶେ ନିଗମ ଶକ୍ତି ବିଭାଗ ଠାରୁ ପାଣ୍ଠି ପାଇଛି ।
               ୧୯୭୩ ମସିହାରେ ମୋଟ ପ୍ରକଳ୍ପ ସଂଖ୍ୟା ଥିଲା ୧୨୩୬ ଟି (ଆୟକଟ ଏରିଆ ୨୪୬୩୬ ହେକ୍ଟର) ଓ ୨୦୧୩ – ୧୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା କ୍ରମଶଃ ଏହା ବୃଦ୍ଧି ହୋଇ ୨୩୫୯୬ ରେ ପହଞ୍ଛି ପାରିଛି ଯାହାର ଆୟକଟ ଏରିଆ ୫୨୩୩୪୯ ହେକ୍ଟର ଅଟେ । ପ୍ରତେକ ବର୍ଷ ପ୍ରାୟ ୭୦୦ ରୁ ୧୦୦୦ଟି ପ୍ରକଳ୍ପ ରାଜ୍ୟ ସରକାରଙ୍କ ବିଭିନ୍ନ ରାଜ୍ୟ ସ୍ତରୀୟ ଯୋଜନରୁ ଓ ଜିଲ୍ଲାସ୍ତରୀୟଯୋଜନାରୁ ପାଣ୍ଠି ପାଇ ନିର୍ମାଣ କରାଯାଇଥାଏ । ଏହି ପ୍ରକଳ୍ପ ଗୁଡିକରେ ବହୁତ ପୂର୍ବରୁ ନିଗମର ନିଜସ୍ଵ କର୍ମଚାରୀ କିମ୍ବା ଚାଷୀ ପ୍ରତିନିଧିଙ୍କ ଦ୍ଵାରା ଚାଳନା କରାଯାଉଥିଲା କିନ୍ତୁ କ୍ରମଶଃ ସରକାରଙ୍କ ନୀତିଗତ ନିଷ୍ପତିଅନୁଯାୟୀ ଏହା ୨୦୦୨ – ୦୩ ଆର୍ଥିକ ବର୍ଷଠାରୁ ଜଳ ବ୍ୟବହାରକାରୀ ସଂଘ (ପଣି ପଞ୍ଛାୟତ) ମାନଙ୍କୁ ହସ୍ତାନ୍ତର କରାଗଲା ଏହି ସମସ୍ତ ପ୍ରକଳ୍ପ ଗୁଡିକର ଚାଳନା, ମରାମତି, ରକ୍ଷଣା ବେକ୍ଷଣ ଦାୟିତ୍ଵ ପଣି ପଞ୍ଚାୟତ ମାନଙ୍କ ଉପରେ ନ୍ୟସ୍ତ କରାଗଲା । ପ୍ରଥମେ ପ୍ରଥମେ ଏହାକୁ ଚାଷୀବିରୋଧ କଲେ କିନ୍ତୁ ପରେ ପରେ ଏହାକୁ ଚାଷୀ ସ୍ଵାଗତ କାଲେ ଓ ସମସ୍ତ ସଚଳ ପ୍ରକଳ୍ପ ଗୁଡିକରେ ପଣି ପଞ୍ଚାୟତ ଗଠନ କରାଯାଇ ଏହି ପ୍ରକଳ୍ପ ଗୁଡିକୁ ପର୍ଯ୍ୟାୟ କ୍ରମେ ପାଣି ପଂଚାୟତ ମାନଙ୍କୁ ହସ୍ତାନ୍ତର କରାଗଲା । ସରକାର ୨୦୦୨ ଆର୍ଥିକ ବର୍ଷରେ ପଣି ପଞ୍ଚାୟତ ନୀତି ଓ ୨୦୦୩ ବର୍ଷରେ ପାଣି ପଞ୍ଚାଯତ ନିଯମାବଳୀ ପ୍ରଣୟନ କଲେ ଓ ଏହା ଦ୍ଵାରା ପ୍ରତ୍ୟେକ ପାଣି ପଞ୍ଚାୟତରେ ଆୟକଟ ଏରିଆକୁ ଡେଲିନେସନ କରାଯାଇ ପାଣି ପଞ୍ଚାୟତ କର୍ମକର୍ତ୍ତା ମାନଙ୍କୁ ନିର୍ବାଚନ ପଦ୍ଧତିରେ ଚୟନ କରାଯାଇଛି ଓ ଏହା ପ୍ରତ୍ୟେକ ବର୍ଷ କାର୍ଯ୍ୟକାରୀ କରାଯାଇ ଆସୁଛି।