କେନାଲ ସଂପ୍ରସାରଣ ( ପି. ଭି. ସି. ପାଇପ ସଂମ୍ପ୍ରସାରଣ)

୨୦୧୦-୧୧ ଆର୍ଥିକ ବର୍ଷଠାରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ଉଠାଜଳ ସେଚନ ପ୍ରକଳ୍ପର ସଂପୂର୍ଣ ଆୟକଟ ଏରିଆକୁ ଜଳ ଯୋଗାଣ କରିବା ଉପଲକ୍ଷେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ( ଆର. କେ.ଭି. ୱାଇ) ପାଣ୍ଠିରୁ ୩୮୫୦ ପ୍ରକଳ୍ପର କେନାଲ ସଂମ୍ପ୍ରସାରଣ ( ପି. ଭି. ସି. ପାଇପ) କାର୍ଯ୍ୟ କରିବା ପାଇଁ ନିଗମ ପାଣ୍ଠି ପାଇଛି ( ଆୟକଟ ଏରିଆ ୩୬୪୧୭ ହେ) ଓ ଏହି ପାଣ୍ଠି ରେ ୨୮୬୭ ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି ଓ ଏହାଦ୍ଵାରା ୨୦୯୯୯ ହେକ୍ଟର ଅଧିକ ଚାଷ ଜମିକୁ ଜଳ ସେଚନର ସୁବିଧା କରାଯାଇଛି (ଡିଜାଇନ ଆୟକର ଏରିଆ କୁ ମିଶାଇ ) ସେହିପରି ୯୮୩ ଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି ଓ ଏହାର କାର୍ଯ୍ୟ ଶେଷ ହେଲେ ୧୫୪୧୮ ହେ. ଅଧିକ ଚାଷ ଜମିକୁ (ଡିଜାଇନ ଆୟକଟ ଏରିଆ କୁ ମିଶାଇ) ଜଳ ସେଚନର ସୁବିଧା କରାଯାଇପାରିବ ।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କାର୍ଯ୍ୟକାରୀ କରାଯାଇଥିବା ପ୍ରକଳ୍ପଳର ବିବରଣୀ
ଆର୍ଥିକ ବର୍ଷ ଜିଲ୍ଲା ଅନୁଦାନ ରାଶି (ଲକ୍ଷ୍ୟରେ) ପ୍ରକଳ୍ପ ସଂଖ୍ୟା ଆୟକଟ ହେକ୍ଟର ସଂପୂର୍ଣ ହୋଇଥିବା ପ୍ରକଳ୍ପ ଆୟକଟ ଖର୍ଚ (ଲକ୍ଷ ଟଙ୍କା)
୨୦୧୦-୧୧ ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡା,କଳାହାଣ୍ଡି ଓ ବୌଦ୍ଧ ୧୧୨୦.୪୮ ୮୦୫ ୬୪୪୦ ୮୦୫ ୧୪୪୦ ୧୧୨୦.୪୮
୨୦୧୧-୧୨ ଅନୁଗୁଳ, ଢେଙ୍କାନାଳ, ବରଗଢ଼, ଦେବଗଡ, ଝାରସୁଗୁଡା, ଗଜପତି, ସମ୍ବଲପୁର, କନ୍ଧମାଳ, କୋରାପୁଟ, କେଉଁଝର, ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, ରାୟଗଡା, ସୁନ୍ଦରଗଡ ୧୨୦୯.୮୭ ୧୧୪୩ ୯୯୩୫ ୧୧୪୩ ୯୯୩୫ ୧୨୦୯.୮୭
୨୦୧୨-୧୩ ବଳେଶ୍ଵର, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ, ପୁରୀ, କଟକ, ଜଗସିଂହପୁର, କେନ୍ଦ୍ରପଡା, ୧୦୦୦.୦୦ ୫୪୩ ୫୮୦୮ ୪୦୧ ୪୧୨୧ ୯୦୨.୫୮
୨୦୧୩-୧୪ ବଲାଙ୍ଗିର, ସୁବର୍ଣ୍ଣପୁର ବଳେଶ୍ଵର, ମୟୂରଭଞ୍ଜ ଖୋର୍ଦ୍ଧା, ନୟାଗଡ, କଟକ, ଜଗସିଂହପୁର, ଅନୁଗୁଳ ,ଢେଙ୍କାନାଳ, ଯାଜପୁର, କେନ୍ଦ୍ରପଡା, କୋରାପୁଟ କେଉଁଝର, ନବରଙ୍ଗପୁର, ସୁନ୍ଦରଗଡ ଦେବଗଡ ୨୯୨୨.୪୬ ୧୩୫୯ ୧୪୨୩୪ ୫୧୮ ୫୫୦୩ ୨୦୦୨.୯୮


ବି : ଦ୍ର : ଅବଶିଷ୍ଠ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି
ସେହିପରି ଚଳିତବର୍ଷ (୨୦୧୪-୧୫) ୧୧ ଟି ଜିଲ୍ଲାରେ ଯଥା – ବରଗଡ, ଗଞ୍ଜାମ, କେନ୍ଦ୍ରପଡା, ଖୋର୍ଦ୍ଧା, ନୟାଗଡ, ପୁରୀ, ସମ୍ବଲପୁର, ବଳେଶ୍ଵର, କଟକ, ଜଗସିଂହପୁର ଓ ଯାଜପୁର ଜିଲ୍ଲାରେ ସର୍ବମୋଟ ୧୬୦୫ ଟି ପ୍ରକଳ୍ପ ରେ କେନାଲ ସମ୍ପ୍ରସାରଣ ( ପି. ଭି. ସି. ପାଇପ) କାର୍ଯ୍ୟ ଶେଷ କରିବା ପାଇଁ କୃଷି ବିଭାଗକୁ ଅର୍ଥ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି ଓ ଏହି କାର୍ଯ୍ୟ ସକାଶେ ୪୬୬୨.୧୮ ଲକ୍ଷ ତାଙ୍କର ଆବଶ୍ୟକତା ଅଛି । ଏହାର କାର୍ଯ୍ୟ ଶେଷ ହେଲେ ୧୫୩୫୫ ହେ. ଅଧିକ ଚାଷ ଜମିକୁ (ଡିଜାଇନ ଆୟକଟ ଏରିଆ କୁ ମିଶାଇ) ଜଳ ଯୋଗାଇ ସମ୍ଭବ ହୋଇ ପାରିବ । ଏହି ଟଙ୍କା ଓ କାର୍ଜ୍ୟ।ବଳୀ କୃଷି ବିଭାଗର ମଞ୍ଜୁରୀ ଅପେକ୍ଷାରେ ଅଛି ।