ସମ୍ମିଳିତ ଆଦିବାସୀ ଉନ୍ନୟନ ସଂସ୍ଥା

(ITDA – Integrated Tribal Development Agency)

ଆଦିବାସୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଉକ୍ତ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଆଦିବାସୀ ବହୁଳ ଜିଲ୍ଲାରେ ଜଳସେଚନର ପ୍ରସାର ନିମନ୍ତେ ଉକ୍ତ ଯୋଜନାରୁ ଅନୁଦାନ ମିଳିଥାଏ । ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ଏକ ପ୍ରକଳ୍ପୱାରୀ ତାଲିକା (ନୂତନ ପ୍ରକଳ୍ପ କିମ୍ବା ପୁରାତନ ପ୍ରକଳ୍ପର ପୁନରୁଦ୍ଧାର) ନିକଟସ୍ଥ Project Administrator, ITDA ଙ୍କୁ ଦେଇଥାନ୍ତି । Project Level Committee Meeting ରେ ଜିଲ୍ଲା କଲେକ୍ଟର ଉକ୍ତ ପ୍ରକଳ୍ପ ଗୁଡିକ ଅନୁମୋଦନ କରିଥାନ୍ତି । ନିର୍ବାହୀ ଯନ୍ତ୍ରୀ, ଉଠା ଜଳ ସେଚନ ଏହାର ଏକ DPR ପ୍ରସ୍ତୁତ କରି ITDA ଅଫିସକୁ ପଠାଇବା ପରେ ପ୍ରକଳ୍ପର ମଞ୍ଜୁରୀ ମିଳିଥାଏ । ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଚାଷିକମିଟିକୁ ଦାୟିତ୍ଵ ହସ୍ତାନ୍ତର କରାଯାଇଥାଏ ।