ପୁରାତନ ପ୍ରକଳ୍ପର ପୁନଃରୁଦ୍ଧାର:

      ଉଠାଜଳସେଚନ ପ୍ରକଳ୍ପ ଗୁଡିକ ବିଭିନ୍ନ କାରଣ ଯୋଗୁଁ ଅଚଳ ହୋଇଥାଏ ଯଥା : ବନ୍ୟଦ୍ଵାର। ବାଲି ମାଡିଯିବା, ନଦୀ ଜଳ ସ୍ରୋତର ପରିବର୍ତନ, ଯନ୍ତ୍ରାଂଶ ଚୋରିହୋଇଯିବା, ବିଦ୍ୟୁତ ତାର ଚୋରୀ ହୋଇଯିବା, ପ୍ରବଳ ବନ୍ୟାରେ ପ୍ରକଳ୍ପର କ୍ଷତି ହେବା ନଳକୂପ ଚୋକ (chock ) ହୋଇଯିବା, ଲୁହା ଷ୍ଟ୍ରେନର ଫାଟିଯିବା ଓ କଳଙ୍କି ଧରିବା ଯୋଗୁଁ ଏଥିରେ କଣା/ଗାତ ହୋଇଯିବା ଯୋଗୁଁ ପ୍ରବଳ ମାତ୍ରାରେ ଜଳସହ ବାଲି ଗୋଡି ଆସିବା ଇତ୍ୟାଦି, ଇତ୍ୟାଦି । ଏହି ସବୁ କାରଣ ଯୋଗୁଁ ତା: ୩୧.୦୩.୨୦୧୪ ସୁଦ୍ଧା ୬୯୧୬ ଟି ପ୍ରକଳ୍ପ, ବିଭିନ୍ନ ଜିଲ୍ଲାରେ ଅଚଳ ଅବସ୍ଥାରେ ଅଛି ଯାହାର ପୁନଃରୁଦ୍ଧାର ଆବଶ୍ୟକ ଅଟେ । କେତେକ କ୍ଷେତ୍ରରେ ଉଠାଜଳସେଚନ ପ୍ରକଳ୍ପର ଆୟକଟ ବର୍ତମାନ ତିଆରି ହୋଇଥିବା ମେଜର/ମ।ଇନର ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଶେଷ ହେଲେ ସେହି ଆୟକଟ ଏରିଆକୁ ଜଳସେଚନ ଯୋଗାଇ ଥାଏ, ଯଦ୍ଵାରା ଉଠାଜଳସେଚନ ପ୍ରକଳ୍ପଟି କ୍ରମଶଃ ଅଚଳ ହୋଇଯାଏ । ସେହିପରି ଇଭିନ୍ନ ଗ୍ରାମ/ ସହରକୁ ଲାଗିଥିବା ଅଞ୍ଚଳରେ ନୂତନ କୋଠାବାଡି ତିଆରି ହୋଇ ଜନବସତି ବାସ କରିବା ଯୋଗୁଁ ଅନେକ କୃଷିକାର୍ଯ୍ୟ ହଉଥିବା ଜମି ମଧ୍ୟ ଘରବାଡି କିସମରେ ପରିବର୍ତ୍ତନ ହୋଇଯାଏ । ଯଦ୍ଵାରା ସେହି ଅଞ୍ଚଳର ଥିବା ଉଠାଜଳସେଚନ ପ୍ରକଳ୍ପ ଗୁଡିକ ଅଚଳ ହୋଇଯାଇଥାଏ । ପ୍ରକଳ୍ପ ବନ୍ୟା ଓ ବାତ୍ୟା ଯୋଗୁଁ ମଧ୍ୟ କିଛି ପ୍ରକଳ୍ପ ଅଚଳ ହୋଇଥାଏ । ସେହି ଅଞ୍ଚଳରେ ଥିବା ପ୍ରକଳ୍ପ ଗୁଡିକୁ ସାଧାରଣତଃ ପାଣି ପଞ୍ଚାୟତର ଅନୁରୋଧ କ୍ରମେ ସଚଳ କରିବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥାଏ । ପ୍ରତେକ ବର୍ଷ ବିଭିନ୍ନ ଯୋଜନାରେ ପ୍ରାୟ ୨୦୦ ରୁ ୨୫୦ ଟି ପ୍ରକଳ୍ପ ସଚଳ କରାଯାଇଥାଏ କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ । ଚଳିତ ବର୍ଷ ରାଜ୍ୟ ସରକାର ଯୋଜନା ପାଣ୍ଠିରୁ ୫ କୋଟି ନିଗମ ପାଇଁ ବଜେଟରେ ବ୍ୟୟ ବରାଦ ରଖିଛନ୍ତି ଓ ଏହି ପାଣ୍ଠିକୁ ବିନିଯୋଗ କରି ୬୨ ଟି ଅଚଳ ପ୍ରକଳ୍ପର କାର୍ଯ୍ୟ ହାତକୁ ନିଆଯାଇଛି ଓ ଏହାର କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି ଓ ଏହାର କାର୍ଯ୍ୟ ଶେଷ ହେଲେ ୧୩୮୫ ହେକ୍ଟର ଚାଷ ଜମିକୁ ପୁନଃ ଜଳ ଯୋଗାଣ ଦିଆଯାଇ ପାରିବ (stabillzation) ବର୍ତ୍ତମାନର ସରକାରଙ୍କ Election Menifesto ରେ ଦର୍ଶ। ଯାଇଥିବା ଅନୁଯାୟୀ ରଜ୍ୟରେ ଥିବା ସମସ୍ତ ଅଚଳ ପ୍ରକଳ୍ପ ଗୁଡିକୁ ପର୍ଯ୍ୟାୟ କ୍ରମେ ସଚଳ କରାଯିବ ଓ ଏଥିପାଇଁ ରାଜ୍ୟ ସରକାରଙ୍କର ଆଗାମୀ ୪ ବର୍ଷରେ (୨୦୧୫-୧୬ ରୁ ୨୦୧୮-୧୯) ଯୋଜନା (ପ୍ଳାନ ବଜେଟ) ପାଣ୍ଠିରେ ଏଥି ସକାଶେ ଅର୍ଥ ବରାଦ କରିବେ । ସେହିପରି ମୋଟରେ ୧୪-୧୫ ରୁ ୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ୨୨୫୦ ଟି ପ୍ରକଳ୍ପକୁ ସଚଳ କରାଯିବାକୁ ଯୋଜନା କରାଯାଇଛି ଓ ଏହି କାର୍ଯ୍ୟ ଶେଷ ହେଲେ ପ୍ରାୟତଃ ୪୫୦୦୦ ହେକ୍ଟର ଚାଷ ଜମିକୁ\ ପୁନଃ ଜଳ ଯୋଗାଣ କରାଯାଇପାରିବ (Stailisation) ସେହିପରି କୃଷି ବିଭାଗରେ (BGREI) ଯୋଜନାରେ ୧୩-୧୪ ଆର୍ଥିକ ବର୍ଷରେ ନିଗମ ୬.୦୦ କୋଟି ଟଙ୍କା ପାଇଛି ଓ ଏହି ପାଣ୍ଠିରେ ୮୭ଟି ଅଚଳ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି ଓ ଏହାର କାର୍ଯ୍ୟ ଶେଷ ହେଲେ ୧୪୧୦ ହେ. ଅଧିକ ଚାଷ ଜମିକୁ ପୁନଃ ଜଳ ସେଚନ ଯୋଗାଇ ଦିଆଯାଇପରିବ (stabilization)
      ସେହିପରି Asian Sevelopment ବାଙ୍କ ( ADB) ସହାୟତାରେ ମଧ୍ୟ ଭଦ୍ରକ,ମୟୂରଭଞ୍ଜ,ବାଲେଶ୍ଵର ଜିଲ୍ଲାରେ ୨୪୯ ଟି ଅଚଳ ପ୍ରକଳ୍ପକୁ ମଧ୍ୟ ସଚଳ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ( ଭଦ୍ରକ ଜିଲ୍ଲା ୧୦୦ଟି, ମୟୂରଭଞ୍ଜ ୪୯ଟି ଓ ବାଲେଶ୍ଵର ଜିଲ୍ଲାରେ ୧୦୦ଟି ପ୍ରକଳ୍ପ) ଏହି ପ୍ରକଳ୍ପ ଗୁଡିକୁ ଏ. ଡି. ବି. ସହାୟତାରେ କାର୍ଯ୍ୟକାରୀ କରା ଯାଇଛି ଓ ଏହାର କାର୍ଯ୍ୟ ଶେଷ ହେଲେ ୭୧୯୪ ହେ. ଚାଷ ଜମିକୁ ପୁନଃ ଜଳଯୋଗାଣ କରାଯାଇପାରିବ (Stabilisation)