ପାରିପାର୍ଶୀକ ଉନ୍ନୟନ ଫଣ୍ଡ

(Peripheral Development Fund)

ବର୍ତ୍ତମାନ ରାଜ୍ୟରେ ଶିଳ୍ପର ଅନେକ ଅଗ୍ରଗତି ଘଟିଛି । ନୂଆନୂଆ କମ୍ପାନୀ ଗୁଡିକ ନିଜ ଶିଳ୍ପର ଅଗ୍ରଗତି କରିବା ସହ ଉକ୍ତ ଅଞ୍ଚଳରେ ଥିବା ଗରିବ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତିପାଇଁ ଆଗେଇ ଆସୁଛନ୍ତି । ଉକ୍ତ ଉନ୍ନତିରେ ସେମାନଙ୍କର ଅନେକ ଦାଇତ୍ୱ ରହିଛି ।

ପାରିପାର୍ଶୀକ ଉନ୍ନୟନ ଫଣ୍ଡ ଯୋଜନା ଅନ୍ତର୍ଗତ ଜିଲ୍ଲାରେ ଜଳସେଚନର ବ୍ୟାପକ ପ୍ରସାର ନିମନ୍ତେ ଜିଲ୍ଲା କଲେକ୍ଟର ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରକଳ୍ପ ତାଲିକା ଦେବାପାଇଁ ନିର୍ଦ୍ଦେଶ ଦେଇଥାନ୍ତି ।ଏହି ଯୋଜନାରେ ନୂତନ ଉଠାଜଳସେଚନ ପ୍ରକଳ୍ପ ସ୍ଥାପିତ ହେବା ସଙ୍ଗେ ସଙ୍ଗେ ପୁରାତନ ପ୍ରକଳ୍ପ ଗୁଡିକର ମଧ୍ୟ ମରାମତି କରାଯାଇଥାଏ । ପ୍ରକଳ୍ପ ଗୁଡିକର ଅନୁମୋଦନ ପରେ DPR ପ୍ରସ୍ତୁତ କରାଯାଇ ଜିଲ୍ଲା କଲେକ୍ଟରଙ୍କୁ ଦାଖଲ କରାଯାଇଥାଏ । କଲେକ୍ଟରଙ୍କ ନିକଟରୁ ଅର୍ଥ ଅନୁଦାନ ପ୍ରାପ୍ତି ପରେ କାର୍ଯ୍ୟ ଆରମ୍ଭ ହୁଏ ଓ କାର୍ଯ୍ୟ ଶେଷ ହେଲେ ଏହା ଚାଷିକମିଟିକୁ ହସ୍ତାନ୍ତର କରାଯାଇଥାଏ ।